ମହିଳା ପୋଲିସ କବ୍‌ଜାରେ ରସିକିଆ ଡାକ୍ତର, ନକଲି ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍: ରସିକିଆ ଡାକ୍ତର ଗିରଫ। ମହିଳା ଥାନା ପୁଲିସ କବଜାରେ ଜଣେ ରସିକିଆ ଡାକ୍ତର। ନିଜକୁ ହୋମିଓପାଥି ଡାକ୍ତରର ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି। ପ୍ରାୟ ୧୪ ଜଣ ଯୁବତୀଙ୍କୁ ବିବାହ କରି ଲକ୍ଷାଧିକ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି। ଅସୁବିଧାରେ ପଡିଥିବା ଯୁବତୀଙ୍କୁ ବିବାହ କରି ଟଙ୍କା ଲୁଟିଛନ୍ତି।

ସୂଚନା ଅନୁସାରେ, ନିଜକୁ ହୋମିଓପାଥି ଡାକ୍ତର ପରିଚୟ ଦେଇ ରମେଶ ଦୀର୍ଘ ୨୦ ବର୍ଷ ହେବ କୋଟି କୋଟି ଟଙ୍କା ଠକେଇ କରି ଆସୁଛି। ୫ ରାଜ୍ୟରେ ୧୪ ପତ୍ନୀ ରହିଥିବା ଜଣାପଡିଛି। ସ୍ତ୍ରୀମାନେ କେହି କାହା ବିଷୟରେ ଜାଣି ନାହାନ୍ତି। ଉକ୍ତ ୧୪ ପତ୍ନୀଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ଓକିଲ ଓ ମଡେଲ।

ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଓଡିଶାରେ ଏହି ନକଲି ଡାକ୍ତରର ଲିଙ୍କ ରହିଛି। ନକଲି ଡାକ୍ତର ହେଉଛି କେନ୍ଦ୍ରାପଡା ଜିଲ୍ଲା ଭଗବାନପୁରର ରମେଶ ଚନ୍ଦ୍ର ସ୍ୱାଇଁ। ତେବେ ନକଲି ଡାକ୍ତର ପାଇଁ ବିବାହ ଯୋଗାଡ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ କରୁଥିଲେ ଟାର୍ଗେଟ।