ମନ୍ତ୍ରୀ ରୀତା ସାହୁଙ୍କ ଗାଇସିଲେଟ ବ୍ଲକ ଗସ୍ତ

ଗାଇସିଲେଟ,ଏନ୍‌ଏନ୍‌ଏସ୍ : ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ତାଲପାଲି ପଞ୍ଚାୟତର ନୂତନ କୋଠା ଗ୍ରାମପଞ୍ଚାୟତ ସୁବିଧା କେନ୍ଦ୍ର ଉଦଘାଟନ କରିଛନ୍ତି । ଏହାସହ ତାଲପାଲି ଜୁନିୟର କଲେଜର ନୂତନ ଗୃହ ମଧ୍ୟ ମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରୀତା ସାହୁଙ୍କ ସମେତ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା, ଦିନେଶ ଗହୀର, ସ୍ଥାନୀୟ ସରପଞ୍ଚ ଉର୍ମିଳା ସେଠ, ପିଇଓ ପାଣ୍ଡବ ନନ୍ଦ, ପୂର୍ବତନ ବିଜେଡି ସଭାପତି ନାରଦ ବରିହା, ଜିଲ୍ଲା ପରିଷଦ ସଭ୍ୟ ନୀଳମଣି ବରିହା, କୃଷ୍ଣ ଚନ୍ଦ୍ର ସାହୁ, ତାଲପାଲି କଲେଜ ଅଧ୍ୟକ୍ଷ କ୍ଷୀରୋଦ୍ର ପ୍ରଧାନ, ଗିରିଧାରୀ ସାହୁ, ଦୋଳଗୋବିନ୍ଦ ସାହୁ, ଦିବାକର ମେହେର, ମାନସ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଓ ଅଞ୍ଚଳର ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥିଲେ ।