ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

କନ୍ଧମାଳ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାକୁ ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଭେଟ୍ କୋଲ୍ ଘାଟି ନିକଟରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ସବୁଠାରୁ କଥା ହେଉଛି ମନ୍ତ୍ରୀଙ୍କ କୌଣସି କ୍ଷତି ହୋଇ ନାହିଁ।

ଗାଡ଼ିଟି ଭାରସାମ୍ୟ ହରାଇବା କାରଣରୁ ଗାଡ଼ି ରାସ୍ତା କଡ଼କୁ ଖସିଯାଇଥିଲା। କିନ୍ତୁ ଏହି ଅଘଟଣରେ ମନ୍ତ୍ରୀ କି ଡ଼୍ରାଇଭରଙ୍କ ମଧ୍ୟ କୌଣସି କ୍ଷତି ହୋଇ ନାହିଁ। ତେବେ ଘଟଣା ଜାଣିବା ପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି।