ନିଜ ବାସଭବନରେ ପହଂଚିଲା ଲତା ମଙ୍ଗେସକରଙ୍କ ମରଶରୀର,ଶେଷ ଦର୍ଶନ ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼

ମୁମ୍ବାଇ,ଏନ୍ଏନ୍ଏସ୍: ବ୍ରିଚ୍ କାଣ୍ଡି ହସ୍ପିଟାଲରୁ ବାସଭବନ ପ୍ରଭୁ କୁଞ୍ଜକୁ ଅଣାଗଲା କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ମରଶରୀର। ସେଠାରେ ତାଙ୍କ ଶରୀରର ଶେଷ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି।

ତାଙ୍କ ମୃତ୍ୟୁ ପରେ ସାରା ଦେଶ ତାଙ୍କୁ ଝୁରୁଥିବା ବେଳେ ଏହି ଘଟଣାକୁ ସହଜରେ ଗ୍ରହଣ କରିବାରୁ ନାହାନ୍ତି ସାଧାରଣ ଲୋକେ। ଏହି ଦୁଃଖଦ ଖବରକୁ ନେଇ ଦେଶର ବହୁ ବିଶିଷ୍ଠ ବ୍ୟକ୍ତି ମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ସୁଚନା ଅନୁସାରେ ତାଙ୍କ ବାସଭବନରେ ଶେଷ ଦର୍ଶନ ପରେ ମୃତ ଶରୀରକୁ ଶିବାଜୀ ପାର୍କକୁ ଅଣାଯିବ। ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଶେଷ ଦର୍ଶନ ପାଇଁ ପହଞ୍ଚିବେ।

ମହାନ୍‌ ଗାୟିକା ଲତା ମଙ୍ଗେସ୍‌କର୍‌ଙ୍କ ସ୍ମୃତିରେ ୨ ଦିନ ଜାତୀୟ ଶୋକ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।