ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପ ଜାରି ରହିଥିବାବେଳେ ଭ୍ୟାକ୍ସିନର ଅଭାବ ସଭିଙ୍କ ଚିନ୍ତା ବଢ଼ାଇ ଦେଇଛି। କିଛି ରାଜ୍ୟ ଭ୍ୟାକ୍ସିନ ଅଭାବର ଅଭିଯୋଗ କରୁଥିବାବେଳେ ଆଉ କିଛି ରାଜ୍ୟ ଭ୍ୟାକ୍ସିନ ନଷ୍ଟ କରି ଚାଲିଛନ୍ତି। ଏହି ମାମଲାରେ ଝାଡ଼ଖଣ୍ଡ ଓ ଛତିଶଗଡ଼ ସର୍ବାଗ୍ରେ ରହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ରିପୋର୍ଟ ମୁତାବିକ ଏହି ୨ଟି ରାଜ୍ୟରେ ପ୍ରତି ୩ଟି ଡୋଜରୁ ଗୋଟିଏ ନଷ୍ଟ ହେଉଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ପ୍ରତି ରାଜ୍ୟକୁ ପଠାଯାଉଥିବା ଭ୍ୟାକ୍ସିନରୁ ଯେପରି ୧ ପ୍ରତିଶତରୁ କମ୍ ନଷ୍ଟ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। କିନ୍ତୁ ଝାଡଖଣ୍ଡରେ (୩୭.୩), ଛତିଶଗଡ଼ରେ (୩୦.୨), ତାମିଲନାଡ଼ୁରେ (୧୫.୫), ଜମ୍ମୁ ଓ କଶ୍ମୀରରେ (୧୦.୮) ଓ ମଧ୍ୟପ୍ରଦେଶରେ (୧୦.୭) ପ୍ରତିଶତ ଭ୍ୟାକ୍ସିନ ନଷ୍ଟ ହୋଇଛି।