ଆନ୍ତଜାତି ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ

ରାୟଗଡ଼ା,ଏନ୍ଏନ୍ଏସ୍: ଅନୁସୂଚିତ ଜାତି ଝିଅ ତଥା ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା ୧୧ ଯୋଡା ବର କନ୍ୟାଙ୍କୁ ସରକାରଙ୍କ ତରଫରୁ ପ୍ରତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ୟବର ଅନୁସୂଚିତ ଜାତି, ଜନଜାତି ବିକାଶ ତଥା ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରଦାନ ଉପସ୍ଥିତ ରହି ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏଥିରେ ବିବାହ କରିଥିବା ବରକନ୍ୟା ଯୋଡାକୁ ୫୦ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରତ୍ସାହନ ରାଶି ପ୍ରଦାନ କରାଯାଇଥିଲା।

ଯେଉଁ ମାନେ ୨୨ ଜୁଲାଇ ୨୦୧୭ ପୂର୍ବରୁ ଭଲପାଇ ବାହା ହୋଇଛନ୍ତି ସେମାନଙ୍କୁ ୫୦ ହଜାର ଟଙ୍କ, ଯେଉଁ ମାନେ ୨୨ ଜୁଲାଇ ୨୦୧୭ ପରେ ବିବାହ କରିଛନ୍ତି ସେମାନଙ୍କୁ ୧ ଲକ୍ଷ ଟଙ୍କା ଓ ଯେଉଁମାନେ ୧୪ ସେପ୍ଟେମ୍ବର ୨୦୧୭ ପରେ ବିବାହ କରିଥିଲେ ସେମାନଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମାନ୍ୟବର ମନ୍ତ୍ରୀ ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ପଣ୍ଡା ଉପସ୍ଥିତ ଥିଲେ।