ରାଜ୍ୟରେ ୬୩ ନୂଆ କରୋନା ପଜିଟିଭ : ମୋଟସଂଖ୍ୟା ୧୭୨୩କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୬୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨, ଗଞ୍ଜାମରୁ ୪, ବାଲେଶ୍ୱର ଓ କଟକରୁ ୩ ଲେଖାଏଁ, ନୟାଗଡ଼ରୁ ୭, ବଲାଙ୍ଗୀରରୁ ୩, ଜଗତସିଂହପୁରରୁ ୧୧, ସୁନ୍ଦରଗଡ଼ରୁ ୨ ଓ ଢେଙ୍କାନାଳରୁ ୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀ, ମୟୁରଭଞ୍ଜ, ସମ୍ବଲପୁର, କୋରାପୁଟ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨ଜଣ ସ୍ଥାନୀୟ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ୧ଲକ୍ଷ ୪୩ ହଜାର ୫୭୦ଟି କୋଭିଡ ଟେଷ୍ଟ ହୋଇଥିବାବେଳେ ୧୭୨୩ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଥି ସହିତ ୮୮୭ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୮୨୭ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।