୧୬ କିଲୋମିଟର ଚାଲିଚାଲି ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ ତିନି ଗର୍ଭବତୀ

ମୁନିଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକରେ ଜନନୀ ଯନ୍ତ୍ରଣାକୁ ନେଇ ଆଉ ଏକ ଲଜ୍ଜ୍ୱା ଜନକ ଘଟଣା ସାମ୍ନାକୁ ଆସିଛି। ମୁନିଗୁଡା ବ୍ଲକ ରଘୁବାରି ପଞ୍ଚାୟତର ବୋରିଂପଦର ଗାଁରେ ତିନି ଜଣ ଗର୍ଭବତୀ ମହିଳା ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପାଇଁ ୧୬ କିମି ଚାଲିଦେଖିବାକୁ ମିଳିଥିଲା। ଗ୍ରାମର ଉକ୍ତ ଗ୍ରାମର ତିନି ଜଣ ମହିଳା ହେଲେ ବୋଲେ ମାଝୀ, ପାରାମିତା ମାଝୀ ଓ ରାଣୀତା ମାଝୀ। ସେମାନଙ୍କ ମଧ୍ୟରୁ ବୋଲେ ମାଝୀର ଗର୍ଭ ଯନ୍ତ୍ରଣା ଅସହ୍ୟ ହେବାରୁ ଆଶା କର୍ମୀ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଏଥିସହ ଅନ୍ୟଦୁଇ ଜଣ ଗର୍ଭବତୀ ମହିଳା ରକ୍ତ ହୀନତା କାରଣରୁ ଦୁର୍ବଳ ଥିବାରୁ ତାଙ୍କୁ ମଧ୍ୟ ହସ୍ପିଟାଲ ନେବାପାଇଁ ଆଶାଦିଦି ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ। ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଉକ୍ତ ଗ୍ରାମକୁ ଆସିପାରିନଥିଲା। ଅନ୍ୟ ଉପାୟ ନପାଇ ତିନି ଗର୍ଭବତୀ କାଖରେ ପିଲା ଆଉ ପେଟରେ ପିଲାକୁ ଧରି ଦୀର୍ଘ ୧୬କିଲୋମିଟର ପାହାଡ଼ି ଘାଟି ରାସ୍ତା ଅତିକ୍ରମ କରି ୪ଘଣ୍ଟା ପରେ ରଘୁବାରିରେ ପହଞ୍ଚି ଥିଲେ। ଚାଲିଚାଲି ଆସି ଥିବାରୁ ତିନି ଗର୍ଭାବତୀଙ୍କ ଅବସ୍ଥା ଶୋଚନୀୟ ଥିଲା। ସେଠାରୁ ସେମାନଙ୍କୁ ଆମ୍ବୁଲାନ୍ସରେ ନେଇ ଅମ୍ବାଦଳା ସ୍ୱାସ୍ଥ୍ୟକେନ୍ଦ୍ରର ମାତୃ ଗୃହରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ତିନିଜଣ ସୁସ୍ଥଥିବା ସ୍ୱାସ୍ଥ୍ୟକେନ୍ଦ୍ରରୁ ପକ୍ଷରୁ କୁହଯାଇଛି।