ଗଲୱାନ ଘାଟିରୁ ୧ କି.ମି. ପଛକୁ ଫେରିଲା ଚୀନ ସେନା

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଚୀନ ମଧ୍ୟରେ ହୋଇଥିବା ବରିଷ୍ଠ ସେନା ଅଧିକାରୀଙ୍କ ଆଲୋଚନା ସଫଳ ହୋଇଛି। ଆଲୋଚନା ପରେ ଚୀନର ଡ୍ରାଗନ ସେନା ବିବାଦୀୟ ସ୍ଥାନରୁ ୧ କିଲୋମିଟର ପଛକୁ ହଟିଯାଇଛି। ସେହିପରି ଭାରତୀୟ ସେନା ମଧ୍ୟ ପଛକୁ ହଟିବ ବୋଲି ଜଣାପଡ଼ିଛି। ଏଲଏସି ବା ପ୍ରକୃତ ନିୟନ୍ତ୍ରଣ ରେଖାର ଦୁଇ କିଲୋମିଟର ପର୍ଯ୍ୟନ୍ତ ଉଭୟ ଦେଶର ସେନା ରହିବେ ନାହିଁ ବୋଲି ଏହି ଆଲୋଚନାରେ ନିଷ୍ପତ୍ତି ହୋଇଛି।

ବିଶ୍ୱର ଦୁଇ ସର୍ବ ବୃହତ୍ ରାଷ୍ଟ୍ର ମୁହାଁମୁହିଁ ହେବା ସାରା ବିଶ୍ୱ ପାଇଁ ଏକ ଚିନ୍ତାର କାରଣ ହୋଇଥିଲା। ଆଲୋଚନା ପରେ ଚୀନ୍‌ ସେନା ୧ କିଲୋମିଟର ପଛକୁ ହଟି ଥିବାରୁ ଉତ୍ତେଜନା ହ୍ରାସ ପାଇବ ବୋଲି ଆଶା କରାଯାଉଛି।