ମିନି ବସ୍ ଓ ଟ୍ରକ୍ ମୁହାଁମୁହିଁ : ୪ ଗୁରୁତର

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କୁହୁଡ଼ି ବଜାର ଛକଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ୪ଜଣ ଆହତ ହୋଇଛନ୍ତି।

ମିଳିଥିବା ରିପୋର୍ଟ ମୁତାବକ, ସକାଳ ୧୧.୩୦ ସମୟରେ ତାମିଲନାଡ଼ୁରୁ ଯାତ୍ରୀ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ମିନି ବସଟି କୁହୁଡ଼ି ବଜାର ନିକଟରେ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ବସର ଆଗପଟ ନଷ୍ଟ ହୋଇଯାଇଥିବାବେଳେ ୪ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଡାକ୍ତରଖାନାକୁ ପଠାଯାଇଛି। ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ଥିବାବେଳେ କୁହୁଡି ଫାଣ୍ଡି ପୁଲିସ ଗାଡ଼ିଟିକୁ ଜବତ କରି ତଦନ୍ତ ଜାରି ରଖିଛି।