ଉତ୍ତରାଖଣ୍ଡରେ ମୃଦୁ ଭୂମିକମ୍ପ

ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡରେ ଶୁକ୍ରବାର ଅପରାହ୍ଣରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ମାତ୍ର ୪ ରହିଥିବାରୁ ଧନଜୀବନର କୌଣସି କ୍ଷତି ଘଟିନଥିବା ଜଣାପଡିଛି। ପିଥୋରାଗଡ ସହରରେ ଭୂମିକମ୍ପର କିଛିଟା ପ୍ରଭାବ ପରିଲକ୍ଷିତ ହୋଇଥିଲା। ଲୋକେ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ। ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି।