ଆଜି ସୁସ୍ଥହେଲେ ଆଉ ୯୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୩୯୮୦ରେ ପହଞ୍ଚିଛି।

 

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବରଗଡ ଜିଲ୍ଲାରୁ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୮, ସମ୍ବଲପୁରରୁ ୮, ପୁରୀରୁ ୭, ଅନୁଗୁଳରୁ ୫, ବାଲେଶ୍ୱରରୁ ୫, ବୌଦ୍ଧରୁ ୪, କଳାହାଣ୍ଡିରୁ ୪,ସୁନ୍ଦରଗଡରୁ ୪, ଦେବଗଡରୁ ୩, ଝାରସୁଗୁଡାରୁ ୩, ଖୋର୍ଦ୍ଧାରୁ ୩, ମୟୁରଭଞ୍ଜରୁ ୩, ନୂଆପଡାରୁ ୩, ସୋନପୁରରୁ ୩, ବଲାଙ୍ଗିରରୁ ୨, ନବରଙ୍ଗପୁରରୁ ୨, ଗଞ୍ଜାମରୁ ୧ ଏବଂ କୋରାପୁଟରୁ ଜଣେ ସୁସ୍ଥ ହୋଇଛନ୍ତି।