କ୍ୱାରେଣ୍ଟାଇନ ସେଣ୍ଟରରେ ନିମ୍ନମାନର ଖାଦ୍ୟକୁ ନେଇ ପ୍ରବାସୀ ଅନ୍ତୋବାସୀଙ୍କ ଉତ୍ତେଜନା

ଗଞ୍ଜାମ,ଏନ୍ଏନ୍ଏସ୍: ଗତକାଲି ସୁରତରୁ ରାଜ୍ୟ ସରକାରଙ୍କ ସହାୟତାରେ ଅନେକ ପ୍ରବାସୀ ଓଡ଼ିଶା ଫେରିଥିଲେ। ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସୁବଳୟା ପଞ୍ଚାୟତର ସ୍ଥାନୀୟ ଶତ୍ରୁସୋଲ ଆଦର୍ଶ ବିଦ୍ୟାଳୟରେ ରଖାଯାଇଥିବା ଅନ୍ତୋବାସୀମାନେ ତାଙ୍କୁ ସଂଗରୋଧ ଗୃହରେ ଦିଆଯାଉଥିବା ଖାଇବାକୁ ନିମ୍ନମାନର ବୋଲି ଅଭିଯୋଗ କରିବା ସହ ଖାଇବା ଥାଳି ଫିଙ୍ଗି ଦେଇଛନ୍ତି।

ସୂଚନା ଅନୁସାରେ ଶତ୍ରୁସୋଲ ଆଦର୍ଶ ବିଦ୍ୟାଳୟର ସଂଗରୋଧ ଗୃହରେ ରଖାଯାଇଥିବା ପ୍ରବାସୀ ଅନ୍ତୋବାସୀଙ୍କୁ ଆଜି ସକାଳେ ଜଳଖିଆରେ ନିମ୍ନମାନର ଖାଦ୍ୟ ଦିଆଯାଇଥିଲା। ତାଙ୍କୁ ସକାଳେ ଦିଆଯାଇଥିବା ଉପମା ଓ ଡାଲମା ନିମ୍ନ ମାନରଥିଲା। ପରେ ଏହି ଖାଦ୍ୟକୁ ନଖାଇ ସେମାନେ ଫିଙ୍ଗି ଦେଇଥିଲେ। ଏହାପରେ ମଧ୍ୟାହ୍ନରେ ସେମାନଙ୍କୁ ଭାତ ଓ ଡାଲମା ଖାଇବାକୁ ଦିଆଯାଇଥିଲା। ତେବେ ସେଠାରେ ଥିବା କେତେକ ଅନ୍ତୋବାସୀମାନେ ଏହି ଖାଦ୍ୟକୁ ନିମ୍ନମାନର ଦର୍ଶାଇ ଖାଇବା ଥାଳିକୁ ଫିଙ୍ଗି ଦେଇଥିଲେ। ପରେ ଏ ସମ୍ପର୍କିତ ଏକ ଭିଡ଼ିଓ କରି ବିଡ଼ିଓଙ୍କୁ ସେୟାର କରିଥିଲେ। ପରେ ଘଟଣାସ୍ଥଳରେ ବିଡ଼ିଓ ଓ ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି।