ୱାର୍ଲ୍ଡକପରେ ପାଦ ଥୋଇବାକୁ ନେଇ ମୁହଁ ଖୋଲିଲେ ମିଚେଲ ମାର୍ଶ

ନୂଆଦିଲ୍ଲୀ: ୱାର୍ଲ୍ଡକପ ୨୦୨୩ରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ୬ଷ୍ଠଥର ପାଇଁ ଚାମ୍ପିଆନ ହୋଇଛି । କିନ୍ତୁ ଏହି ବିଶାଳ ବିଜୟ ପରେ ଅଷ୍ଟ୍ରେଲୀୟ ଖେଳାଳୀ ମିଚେଲ ମାର୍ଶ ଡ୍ରେସିଂ ରୁମରେ ୱାର୍ଲ୍ଡକପ ଉପରେ ଗୋଡ଼ ରଖିଥିବାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ପରେ ମିଚେଲଙ୍କୁ କଡ଼ା ସମାଲୋଚନାର ମଧ୍ୟ ଶିକାର ହେବାକୁ ପଡ଼ିଥିଲା । ଇତିମଧ୍ୟରେ ମିଚେଲ ଉକ୍ତ ଘଟଣାକୁ ନେଇ ପ୍ରଥମଥର ପାଇଁ ବୟାନ ଦେଇଛନ୍ତି ।

ଅଷ୍ଟ୍ରେଲିଆ ମିଡିଆ ସହ କଥା ହୋଇ ମିଚେଲ ମାର୍ଶ କହିଛନ୍ତି ଯେ, ଉକ୍ତ ଫଟୋରେ କାହାକୁ ଅପମାନିତ କରିବା ମୋ ଉଦ୍ଦେଶ୍ୟ ନଥିଲା । ମୁଁ ଏ ବିଷୟରେ ଅଧିକ ଚିନ୍ତା କରିନାହିଁ । ମୁଁ ସୋସିଆଲ ମିଡିଆରେ ଅଧିକ ଦେଖିନାହିଁ । କିନ୍ତୁ ମାମଲା ବିଗିଡ଼ିଥିବା ନେଇ ସମସ୍ତେ କହିଥିଲେ ମଧ୍ୟ ଏବେ ଆଲୋଚନା କମିଯାଇଛି । ବାସ୍ତବରେ ଏହି ଫଟୋରେ ଏମିତି କିଛି ବି ନଥିଲା ।