ପୁଲୱାମା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷାବଳ ସହ ସଂଘର୍ଷରେ ଲସ୍କର-ଏ-ତୈୟବାର ଜଣେ ଆତଙ୍କବାଦୀ ନିହତ ହୋଇଛି । ସମ୍ପୃକ୍ତ ଆତଙ୍କବାଦୀ ଜଣକ ଅନେକ ଘଟଣାରେ ସାମିଲ ଥିଲା । ଏନେଇ ଜଣେ ପୁଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ପୁଲିସ ଅଧିକାରୀ ଜଣକ କହିଛନ୍ତି ଯେ, ଦକ୍ଷିଣ କଶ୍ମୀର ଜିଲ୍ଲାର ଅରିହଲ ଗାଁରେ ଆତଙ୍କବାଦୀ ଲୁଚିଥିବା ନେଇ ଖୁଫିଆ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀ ପ୍ରଥମେ ସୁରକ୍ଷା ବଳ ଉପରେ ଗୁଳି ଚଳାଇଥିଲା । ସୁରକ୍ଷା ବଳ ଏହାର ଜବାବ ଦେବା ପରେ ସଂଘର୍ଷ ଆରମ୍ଭ ହୋଇଥିଲା । ଆତଙ୍କବାଦୀ ଭୀଷଣ ଗୁଳି ଚଳାଇଛନ୍ତି ।