ଦେବଗଡ଼,ଏନ୍ଏନ୍ଏସ୍: ଚିଟଫଣ୍ଡ ଭଳି ସଂସ୍ଥା ଖୋଲି ଗ୍ରାମଞ୍ଚଳରେ ମହିଳାମାନଙ୍କୁ ଉଚ୍ଚ ସୁଧ ହାରରେ ଋଣ ଯୋଗାଉଥିବା ବିଭିନ୍ନ ମାଇକ୍ରୋଫାଇନାନ୍ସ ସଂସ୍ଥା ବର୍ତ୍ତମାନ ଋଣ ଆଦାୟ କରିବା ନାମରେ ମହିଳା ଗୋଷ୍ଠୀମାନଙ୍କୁ ମାନସିକ ଯନ୍ତ୍ରଣା ଦେବା ସହ ଅସହ୍ୟ ଜୁଲମ କରୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ରିଆମାଳ ବ୍ଲକ୍ ଗୈଶ୍ୟପଡ଼ା ଗ୍ରାମରେ ଶତାଧିକ ମହିଳାଙ୍କୁ ନେଇ ଗୋଷ୍ଠୀଗଠନ କରାଯାଇ ଅନ୍ନପୂର୍ଣ୍ଣା, ସମ୍ବନ୍ଧ, ଏସକେଏସ, ସତିନ, ଏଚଡିଏଫସି ଭଳି ବିଭିନ୍ନ ମାଇକ୍ରୋଫାଇନାନ୍ସ ସଂସ୍ଥା ଉଚ୍ଚ ସୁଧ ହାରରେ ଋଣ ପ୍ରଦାନ କରିଥିଲେ। ଏନେଇ କମ୍ପାନୀ ଦ୍ୱାରା ପ୍ରତି ସପ୍ତାହରେ ଏଜେଣ୍ଟଙ୍କ ଜରିଆରେ ଋଣ ଅସୁଲ କରାଯାଇଥାଏ। ମାତ୍ର ଗତ ମାର୍ଚ୍ଚ ମାସଠାରୁ କରୋନା ସଂକ୍ରମଣ ଯୋଗୁଁ ଦେଶ ବ୍ୟାପୀ ଲକଡାଉନ କରାଯାଇଥିବାରୁ ଗ୍ରାମାଞ୍ଚଳର ଜନସାଧାରଣଙ୍କ ରୋଜଗାର ବେଶ ପ୍ରଭାବିତ ହୋଇଛି।
