ପଞ୍ଚାୟତ ସମିତି ପକ୍ଷରୁ ଭତ୍ତା ବଣ୍ଟନ

ଖଜୁରିପଡ଼ା,ଏନ୍ଏନ୍ଏସ୍: ଖଜୁରିପଡ଼ା ପଞ୍ଚାୟତ ସମିତି ସଭାଗୃହରେ ବିଭିନ୍ନ ବର୍ଗର ୨୫ ଜଣ ହିତାଧିକାରୀଙ୍କୁ ଉତ୍ତା ବଣ୍ଟା ଯାଇଛି। ଏହି ସମୟରେ ସମିତି ଅଧ୍ୟକ୍ଷ ବରେନ୍ଦ୍ର କୁମାର କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ରନାଥ କହଁର , ଜିଲ୍ଲା ପରିଷଦ ସଭ୍ୟା ଜୁଲିଲତା ଲେଙ୍କା , ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୌଦାମିନି କହଁର , ଖଜୁରିପଡ଼ା ପଞ୍ଚାୟତ ସମିତି ସଭ୍ୟା ଗିତାଞ୍ଜଳି ସାହୁ ପ୍ରମୁଖ ଭତ୍ତା ବଣ୍ଟନ କରିଥିଲେ। ତୁଷାରାଣି ନାୟକ ପରିଚାଳନା କରିଥିବାବେଳେ ମନୋଜ କୁମାର ସାସମଲ ସହଯୋଗ କରିଥିଲେ।