ନୂଆଦିଲ୍ଲୀ,ଏଜେନ୍ସି: କରୋନା କଟକଣା ଯୋଗୁଁ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ଦେଶର ସମସ୍ତ ସ୍ଥାନରେ ମେଟ୍ରୋ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ତେବେ ଅନଲକ ୪.୦ ଲାଗୁ ହେବାପରେ ଆଜିଠୁ ଦେଶର ବିଭିନ୍ନ ସ୍ଥାନରେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହୋଇଛି। ଦିଲ୍ଲୀ, ଲଖନଉ, କୋଲକାତା, ବେଙ୍ଗାଲୁରୁ, ଚେନ୍ନାଇ ସମେତ ଅନ୍ୟ ସହର ମାନଙ୍କରେ ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ତେବେ ଆଜି ସକାଳ ୭ଟାରୁ ମେଟ୍ରୋ ସେବା ଆରମ୍ଭ ହୋଇଛି।
ଏଥିସହିତ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବା ସହ ମାସ୍କ ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ହୋଇଛି। ଯେପରି ଟଚ ଫ୍ରି ସର୍ଭିସ ଯୋଗାଇ ହେବ ସେ ନେଇ ବିଭିନ୍ନ ବନ୍ଦୋବସ୍ତ ହୋଇଛି। ଟ୍ରେନ ଚଳାଚଳ ପୂର୍ବରୁ ସମସ୍ତ ଷ୍ଟେସନ ଓ ଟ୍ରେନ ବଗି ଗୁଡ଼ିକୁ ସାନିଟାଇଜ କରାଯାଇଥିଲା। ସେହିପରି ଆଗାମୀ ଦିନରେ ମେଟ୍ରୋ ଟ୍ରେନ ସଂଖ୍ୟାକୁ ବଢ଼ାଇବାକୁ ଯୋଜନା ରହିଛି।