କେରଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ‘ମେଟ୍ରୋ ମ୍ୟାନ୍’

ଥିରୁଅନନ୍ତପୁରମ୍: ‘ମେଟ୍ରୋ ମ୍ୟାନ୍’ ନାମରେ ଖୁବ୍ ପ୍ରସିଦ୍ଧି ଲାଭ କରିଥିବା ଇ. ଶ୍ରୀଧରନ ବିଜେପି ତରଫରୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। ଏନେଇ ଆନୁଷ୍ଠାନିକ ଭାବେ ବିଜେପି ଖୁବଶୀଘ୍ର ଘୋଷଣା କରିବ। ଶ୍ରୀଧରନ ବିଜେପି ଯୋଗ ଦେବା କେରଳ ବିଜେପି ଲାଗି ଏକ ବଡ଼ ଉପଲବ୍ଧି। ଶ୍ରୀଧରନ ଗତ ସପ୍ତାହରେ ବିଜେପିରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀ, କୋଚି ଲଖନଔ ମେଟ୍ରୋରେ ଶ୍ରୀଧରନ ସେବା ଦେଇ ସାରିଛନ୍ତି। ଶ୍ରୀଧରନ ୨୦୦୧ରେ ‘ପଦ୍ମଶ୍ରୀ’ ଓ ୨୦୧୧ରେ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ ହୋଇଥିଲେ। ଫ୍ରାନ୍ସ ସରକାର ମଧ୍ୟ ୨୦୦୫ରେ ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଥିଲେ। କେବଳ ଏତିକି ନୁହେଁ, ଆମେରିକାର ଟାଇମ୍ସ ମେଗାଜିନ୍ ଶ୍ରୀଧରନଙ୍କୁ ‘ଏସିଆ ହିରୋ’ ଟାଇଟେଲ ଦେଇଥିଲା।