Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସକାଳ ସିଟିଂରେ ହେବ ମାଟ୍ରିକ୍ ପରୀକ୍ଷା, ପୋଲିସ ଷ୍ଟେସନରେ ରହିବ ପ୍ରଶ୍ନପତ୍ର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସକାଳ ସିଟିଂରେ ହେବ ମାଟ୍ରିକ୍ ପରୀକ୍ଷା, ପୋଲିସ ଷ୍ଟେସନରେ ରହିବ ପ୍ରଶ୍ନପତ୍ର

କଟକ,ଏନ୍ଏନ୍ଏସ୍: ଦିନକ ପରେ ମାଟ୍ରିକ ପରୀକ୍ଷା ଦେବେ ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ପରୀକ୍ଷା ଏବଂ ପ୍ରଶ୍ନପତ୍ର ପ୍ରସ୍ତୁତି ନେଇ ସମ୍ୟକ ଆଲୋଚନା କଲା ବୋର୍ଡ। ଆଜି (ବୁଧବାର) ବୋର୍ଡ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି। ସକାଳ ୮ ଟାରୁ ୧୦ ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାର୍ଥୀମାନଙ୍କୁ କେବଳ ପ୍ରଥମ ଦିନରେ ସକାଳ ୭ ଟା ରେ ପହଞ୍ଚିବାକୁ କୁହାଯାଇଛି। ମାତ୍ର ଅନ୍ୟ ଦିନମାନଙ୍କରେ ୭ ଟା ୨୦ ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ।

ପୋଲିସ ଷ୍ଟେସନରେ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେଉଛି। ଦୁଇବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେବେ ଦଶମ ଛାତ୍ରଛାତ୍ରୀ। ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରି ସୁବ୍ୟବସ୍ଥିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ରହିଛନ୍ତି। ଏଥିପାଇଁ ରାଜ୍ୟରେ ୩୧୫ ଟି ନୋଡାଲ ସେଣ୍ଟର କରାଯାଇଛି।

ଗତ ୨୨ ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ବୁକଲେଟ ଓ ଓଏମଆର ସିଟ ପଠାଯାଇଛି। ନୋଡାଲ ସେଣ୍ଟରଗୁଡ଼ିକରେ ୨୪ ଘଣ୍ଟିଆ କଡା ପ୍ରହରା ବ୍ୟବସ୍ଥା ସହ ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଜିଲ୍ଲା ଏସପିମାନଙ୍କୁ ନିବେଦନ କରିଛନ୍ତି ବୋର୍ଡ ସଭାପତି। ଗୋଟିଏ ସିଟିଂରେ ବୋର୍ଡ ପରୀକ୍ଷା କରାଯାଉଛି।