ଦ୍ୱିତୀୟଥର ପାଇଁ ଫିଫା ଶ୍ରେଷ୍ଠ ଖେଳାଳୀ ଆୱାର୍ଡ ଜିତିଲେ ମେସୀ

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଫୁଟବଲ୍ ଟିମର ଅଧିନାୟକ ଲିୟୋନଲ ମେସୀ ଦ୍ୱିତୀୟଥର ପାଇଁ ଫିଫାର ଶ୍ରେଷ୍ଠ ଖେଳାଳୀ ଆୱାର୍ଡ ଜିତିଛନ୍ତି । ନିକଟରେ ଖେଳାଯାଇଥିବା ଫିଫା ୱାର୍ଲ୍ଡକପରେ ଆର୍ଜେଣ୍ଟିନାକୁ ଟାଇଟେଲ ଜିତାଇବାରେ ମେସୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆୱାର୍ଡ ଜିତିବା ପରେ ମେସୀ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୬ରେ ଆରମ୍ଭ ହୋଇଥିବା ଏହି ଆୱାର୍ଡକୁ ଲିୟୋନଲ ମେସୀ ୨ଥର ପାଇଁ ନିଜ ନାଁରେ କରିଛନ୍ତି । ମେସୀଙ୍କ ବ୍ୟତୀତ କ୍ରିଷ୍ଟିୟାନୋ ରୋନାଲଡୋ ଓ ରୋବର୍ଟ ଲେଁବାଡସ୍କୀ ୨ଥର ଲେଖାଏଁ ଆୱାର୍ଡ ଜିତିଛନ୍ତି । ସେହିପରି ଲୁକା ମୋଡ୍ରିକ ମଧ୍ୟ ଥରେ ଏହି ଆୱାର୍ଡ ନିଜ ନାଁରେ କରିଛନ୍ତି । ମେସୀ ଚଳିତଥର ଫ୍ରାନ୍ସର କିଲିୟନ ଏମ୍ବାପ୍ପେ ଓ କରିମ ବେଁଜମାଙ୍କୁ ହରାଇ ଏହି ଆୱାର୍ଡ ନିଜ ନାଁରେ କରିବାରେ ସଫଳ ହୋଇଛନ୍ତି ।