ମାନସିକ ବିକୃତା ମହିଳାଙ୍କ ଭୋକ ମେଣ୍ଟାଉଛି ପଚାସଢ଼ା ଖାଦ୍ୟ

ସଇଁନ୍ତଳା,ଏନ୍ଏନ୍ଏସ୍: ରାଜ୍ୟ ସରକାର ଗରିବ, ନିରୀହ, ଅସହାୟ ଓ ମାନସିକ ଭାରସାମ୍ୟ ହରାଇଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରୁଥିବାବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକରେ ତାହା ବାଟବଣା ହୋଇପଡ଼ିଛି। ବ୍ଲକର ଜାତୀୟ ରାଜପଥ ୨୬ ମହଗାଁଠାରେ ଏକ ମାନସିକ ଭାରସାମ୍ୟ ହରାଇଥିବା ମହିଳା ବସବାସ କରୁଛନ୍ତି। ଦୁଃଖଦ କଥାଟି ହେଲା, ମହିଳା ଜଣକ ଆବର୍ଜନା ରହିଥିବା ସ୍ଥାନରୁ ପଚାସଢ଼ା ଖାଦ୍ୟ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ମହିଳା ଜଣକ ଯଦି ପଚାସଢ଼ା ଖାଦ୍ୟ ଭୋଜନ କରୁଛନ୍ତି ତେବେ ସ୍ଥାନୀୟ ପ୍ରଶାସନ ପାଇଁ ଏହା ଏକ ଲଜ୍ଜାଜନକ ବିଷୟ ବୋଲି ଲୋକେ କହିଛନ୍ତି। ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକେ ଯାତାୟାତ କରିବା ସହ ଅନେକ ନେତା, ମନ୍ତ୍ରୀ ଯା’ଆସ କରନ୍ତି ହେଲେ କାହାର ଦୃଷ୍ଟି ପଡୁନଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ବିଡିଓ ଚନ୍ଦ୍ରମଣୀ ନାଗଙ୍କୁ ପଚାରିବାରୁ ମୋ ପାଖରେ ଖବର ନ ଥିଲା ଆପଣଙ୍କ ପାଖରୁ ଜାଣିଲି ଓ ଖୁବଶୀଘ୍ର ଏହି ମହିଳାକୁ ଉଦ୍ଧାର କରି ଥଇଥାନ କରାଯିବ ବୋଲି କହିଛନ୍ତି।