୭ଟି ସ୍ଥାନରେ ଆରମ୍ଭ ହେଲା ଇକେ ରିଟ୍ରିଟ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତିବର୍ଷ ରାଜ୍ୟରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଚଳିତ ବର୍ଷର ଇକୋ-ରିଟ୍ରିଟ୍ ଆଜିଠୁ ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଆଜି ଉଦଘାଟନ କରିଛନ୍ତି। କୋଣାର୍କ ବେଳାଭୂମିରେ ଆୟୋଜିତ ଇକୋ ରିଟ୍ରିଟ ସ୍ଥଳୀରେ ରାଜ୍ୟର ମାନ୍ୟବର ମନ୍ତ୍ରୀଗଣ, ସ୍ଥାନୀୟ ସାଂସଦ ଓ ଅଧିକାରୀଙ୍କ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ କୋଣାର୍କ, ଭିତରକନିକା, ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡ଼ି, ପାତି ସୋନପୁର ଓ କୋରାପୁଟରେ ଇକୋ-ରିଟ୍ରିଟ୍ ଆୟୋଜିତ ହୋଇଛି।