ମାନସିକ ବିକୃତ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଶିଷକେଲା ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଜଣେ ମାନସିକ ବିକୃତ ମହିଳା ଆତ୍ମହତ୍ୟା ଉଦ୍ୟମ କରଥିବା ଜଣାଯାଏ। ପୁଲିସର ସୂଚନା ଅନୁସାରେ ସିସକେଲା ଗ୍ରାମର ଉର୍ମିଳା ରଣା (୩୦) ଗୁଡଭେଳା ବ୍ଲକର ଘୁନା ଗ୍ରାମରେ ବିବାହ କରିଥିଲେ। କିଛିଦିନ ତଳେ ସେ ଶିଷକେଲା ଗ୍ରାମରେ ରହୁଥିବା ଭିଣୋଇ ଘରକୁ ଆସିଥିଲେ। ଆଜି ସନ୍ଧ୍ୟା ସମୟରେ ସେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଫଳରେ ତାଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଛି।

ତାଙ୍କର ଭିଣୋଇ ଘଟଣା ଜାଣିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ସଇଁନ୍ତଲା ଡାକ୍ତରଖାନାକୁ ନେଇଯାଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ପଠାଇଥିବା ଜଣାପଡିଛି। ତାଙ୍କର ପରିବାର ସୂତ୍ରରୁ ଜଣାଯାଏ ଯେ ତାଙ୍କର ମାନସିକ ଅବସ୍ଥା ଠିକ ନଥିବାରୁ ତାଙ୍କର ଚିକିତ୍ସା ଚାଲିଥିବା କହିଥିଲେ। ଘଟଣା ସ୍ଥଳରେ ସଇଁନ୍ତଲା ପୁଲିସ ଏସ୍‌ଆଇ ସଂଗୀତା ବେକ ଓ ଏସଆଇ ପ୍ରସନ୍ନ ନାଏକ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି।