ନୂଆପଡ଼ା,ଏନ୍ଏନ୍ଏସ୍ : ରାଜ୍ୟରେ ଦିନକୁଦିନ କାର୍ଯ୍ୟରିତ ସମ୍ବାଦିକଙ୍କ ଉପରେ ଅତ୍ୟାଚାର ବଢୁଛି । କିଛିଦିନ ତଳେ ପୁରୀ ଜିଲ୍ଲାରେ ସାମ୍ବାଦିକଙ୍କୁ ମାଡ଼ ଘଟଣାକୁ ନେଇ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ କଡ଼ା ନିନ୍ଦା କରିଥିଲା। ଏଥିସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘର ସଭାପତି ଲୋକନାଥ ମହାପାତ୍ରଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସମୟରେ ନୂଆପଡ଼ା ଜୋନର ସଭାପତି ସୁଶାନ୍ତ କର, ଶିଶିର ଭୁୟା ଓ ରିଣ୍ଟୁ ପୁରୋହିତଙ୍କ ସହ ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।