ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ ଜାରି ରହିଛି । ଇତିମଧ୍ୟରେ କପିଲ ଦେବଙ୍କ ନେତୃତ୍ୱାଧୀନ ୧୯୮୩ ୱାର୍ଲ୍ଡକପ୍ ଜିତିଥିବା ଭାରତୀୟ ଟିମ୍ ଏକ ବୟାନ ଜାରି କରିଛି । ଏଥିରେ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ପୂର୍ବ କ୍ରିକେଟର ଆଶାବ୍ୟକ୍ତ କରିଛନ୍ତି ।
ବୟାନରେ ଲେଖାଯାଇଛି ଯେ, ଚାମ୍ପିଆନ କୁସ୍ତିଯୋଦ୍ଧାଙ୍କୁ ଏଭଳି ସ୍ଥିତିରେ ଦେଖି ଦୁଃଖ ଲାଗୁଛି । ଆମ କୁସ୍ତିଯୋଦ୍ଧା ମେଡାଲକୁ ଗଙ୍ଗାରେ ଭସାଇବା କଥା ସବୁଠୁ ଦୁଃଖଦ ବିଷୟ । ଏହି ମେଡାଲ ସେମାନଙ୍କୁ ସହଜରେ ମିଳିନାହିଁ । ଦୀର୍ଘ ବର୍ଷର କଠିନ ପରିଶ୍ରମ ଓ ସମର୍ପଣ ବଳରେ ଏହି ମେଡାଲ ମିଳିଛି । ସେଥିପାଇଁ ଏହି ସମସ୍ୟାର ତୁରନ୍ତ ସମାଧାନ ବାଟ କାଢ଼ିବାକୁ ଆମେ ଦାବୀ କରୁଛୁ ।