ମେହୁଲ୍ ଚୋକ୍ସୀର ଜାମିନ୍ ଆବେଦନ ଖାରଜ

ନୂଆଦିଲ୍ଲୀ,ଏଜେନ୍ସି: ପିଏନ୍‌ବି ଘୋଟାଲା ମାମଲାରେ ଅଭିଯୁକ୍ତ ମେହୁଲ ଚୋକ୍ସୀର ଜାମିନ ଆବେଦନ ଖାରଜ ହୋଇଛି। ଡୋମିନିକାର ଏକ ମାଜିଷ୍ଟ୍ରେଟ୍ କୋର୍ଟ ପଳାତକ ମେହୁଲ ଚୋକ୍ସୀର ଦେଶରେ ବେଆଇନ ପ୍ରବେଶ ମାମଲାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କିଛିଦିନ ପୂର୍ବରୁ ଆଣ୍ଟିଗୁଆରୁ ଫେରାର ହୋଇ ଡୋମିନିକା ପହଞ୍ଚିଥିବା ମେହୁଲ ଚୋକ୍ସୀଙ୍କୁ ଭାରତ ଆଣିବା ନେଇ ସେଠାକାର ସ୍ଥାନୀୟ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ମେହୁଲଙ୍କୁ ଭାରତ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି। ଏନେଇ ଗତକାଲି ଡୋମିନିକା କୋର୍ଟରେ ଶୁଣାଣି ହୋଇଥିଲା। ମାତ୍ର କିଛି ନିଷ୍ପତ୍ତି ନିଆଯାଇ ନଥିଲା। ତାଙ୍କୁ ଆଣ୍ଟିଗୁଆ ପଠାଯିବ କି ଭାରତ ଅଣାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ। ଆଜି (ଗୁରୁବାର) ମେହୁଲ ଚୋକ୍ସୀଙ୍କ ଜାମିନ ଆବେଦନର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି ଡୋମିନିକା କୋର୍ଟ। ଭାରତ ସରକାର ମେହୁଲ୍‌ର ଭାରତ ପ୍ରତ୍ୟବର୍ତ୍ତନ ପାଇଁ ପ୍ରୟାସ ଜାରି ରଖିଛନ୍ତି। ମେହୁଲ୍‌ଙ୍କ ଭାରତ ପ୍ରତ୍ୟର୍ପଣ ସୁନିଶ୍ଚିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ଆଜି ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।