ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍ ବୁଢାପାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ ଆନୁକୂଲ୍ୟରେ ଆୟୁଷ୍ମାନ ଭାରତ ଯୋଜନାରେ ଡାକ୍ତର ଶ୍ରୀକାନ୍ତ ବିଶିଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଧାୟକ ସୁବାସ ପାଣିଗ୍ରାହୀ ଯୋଗଦେଇ ଉଦଘାଟନ କରିଥିଲେ।
ସମ୍ମାନିତ ଅତିଥି ଭାବେ ରିଆମାଳ ବ୍ଲକ୍ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ରିଆମାଳ ବ୍ଲକ୍ ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ବାସନ୍ତୀ ବେହେରା, ଦେବଗଡ ସିଡିଏମ୍ ଏଣ୍ଡ୍ ପି.ଏଚ.ଓ ସାଧନା ଦାଶ, ଏ.ଡି.ପି.ଏଚ.ଓ ଡ. ଧନୁର୍ଜୟ ମାହାନ୍ତ, ଡି.ପି.ଏଚ.ଓ ଡ. ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଡି.ପି.ଏମ୍ ଉମେଶ ପ୍ରସାଦ ଷଡଙ୍ଗୀ, ଏ.ଡି.ପି.ଏଚ.ସି.ଓ ନରେଶ ଚନ୍ଦ୍ର ଦାସ, ଡିଜିଟ କଂଟ୍ରୋଲର ଏ.ଡି.ପି.ଏଚ.ଓ ଡ. ବଂଶୀଧର ପାତ୍ର ଯୋଗ ଦେଇଥିଲେ। ଶିବିରରେ ଭେଷଜ, ଶୈଲ୍ୟ, ସ୍ତ୍ରୀ ଓ ପ୍ରସୂତୀ, ଶିଶୁ, ଚକ୍ଷୁ, ଦାନ୍ତ, ଚର୍ମ ଓ ମାନସିକ ସ୍ୱାସ୍ଥ୍ୟ, ଆୟୁର୍ବେଦ, ଯକ୍ଷ୍ମା, କୁଷ୍ଠ, ମଧୁମେହ, ରକ୍ତଚାପ, କର୍କଟ ଆଦି ରୋଗର ବିଭାଗ ଖୋଲାଯାଇ ରୋଗୀକୁ ପରୀକ୍ଷାନିରୀକ୍ଷା କରାଯାଇଥିଲା।
ଶିବିରରେ କୋଭିଡ ପରୀକ୍ଷା ମଧ୍ୟ କରାଯାଇଥିଲା। ଡ. ଯତୀନ ସୋରେନ, ଡ. ବି ବାସ୍କେ, ଡ. ତରୁଣ କୁମାର ସାହୁ, ଡ. ମାନସାଙ୍ଗ ମୁର୍ମୂ, ଡ. ଜ୍ୟୋତିରେଖା ଦେହୁରୀ, ଡ. କୁମର ରଞ୍ଜନ ନାୟକ, ଡ. ସୁରଦା ପ୍ରସନ୍ନ ମଲ୍ଲିକ, ଡ. ଦେବେନ୍ଦ୍ର କୁମାର ସାହୁ, ଡ. ନମିତା ସ୍ୱାଇଁ ଆଦି ବହୁ ଡାକ୍ତର ଆସି ଯୋଗଦେଇଥିଲେ। ବି.ପି.ଏମ୍ ଆଶୁତୋଷ ଦାସ, ବି.ଡି.ଏମ୍ ଜିତେନ୍ଦ୍ରୀୟ ସାହୁ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।ବହୁ ରୋଗୀ ଆସି ଚିକିତ୍ସା ହୋଇଥିଲେ ।