ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ନେଇ ପ୍ରସ୍ତୁତି ବୈଠକ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିିତ ବୈଠକରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରିବା ନେଇ ନିଷ୍ପତ୍ତି ହୋଇଛି। ଏହି ଅବସରରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ଜିଲ୍ଲାବାସୀଙ୍କ ସହ ପ୍ଲାଜମା ଦାନ ସମ୍ପର୍କରେ ଆଲୋଚନା କରାଯିବ ବୋଲି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ରମର ନୋଡାଲ ଅଫିସର ମହେଶ୍ୱର ଚନ୍ଦ୍ର ନାୟକ ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ସିଡିଏମଓ ଡାକ୍ତର ମକରନ୍ଦ ବେଉରା, ଡିପିଏଚଓ ଡାକ୍ତର ସ୍ମୃତିଜିତ ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିପିଏମ ଶୁଭକାନ୍ତ ଗନ୍ତାୟତ, ବିଏସଏଫ କମାଣ୍ଡାଣ୍ଟ ତାପସ ମହାନ୍ତି, ଓଏସଏପି ତୃତୀୟ ବାଟାଲିୟନ କମାଣ୍ଡାଣ୍ଟ ପ୍ରଭାତ କିଶୋର ଦାସ ଓ ଷ୍ଟେସନ ଅଫିସର ଦେବୀ ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।