Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏମସିଏଲ ବିସ୍ଥାପିତଙ୍କ ବୈଠକ ଅନୁଷ୍ଠିତ : ଆସନ୍ତା ୨୭ରେ ଗଣ ବିକ୍ଷୋଭ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏମସିଏଲ ବିସ୍ଥାପିତଙ୍କ ବୈଠକ ଅନୁଷ୍ଠିତ : ଆସନ୍ତା ୨୭ରେ ଗଣ ବିକ୍ଷୋଭ

ଝାରସୁଗୁଡା,ଏନ୍ଏନ୍ଏସ୍ : ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସମିତିର ଆହ୍ୱାନ କ୍ରମେ ମଙ୍ଗଳବାର ଦର୍ଲିପାଲି ଗ୍ରାମରେ ଏମସିଏଲ ବିସ୍ଥାପିତ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିସ୍ଥାପିତଙ୍କ ସମସ୍ୟା ଉପରେ ବିସୃତ ଆଲୋଚନା ପରେ ବିସ୍ଥାପିତଙ୍କ ସମସ୍ତ ସମସ୍ୟାର ସମାଧାନ ଓ ଦାବି ପୂରଣ ପାଇଁ ଆସନ୍ତା ୨୭ ତାରିଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୋଟିଏ ଦିନର ଗଣ ବିକ୍ଷୋଭ କରିବା ପାଇଁ ନିଷ୍ପତି ନିଆଯାଇଛି। ଏହାସହ ୨୭ ତାରିଖ ଜିଲ୍ଲାପଳଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସମିତି ସଭାପତି ବିରଂଚି ସାହୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିସ୍ଥାପିତ ଲୋକଙ୍କୁ ସେମାନଙ୍କ ହକ ଦେବାରେ ବିଫଳ ହେଲେ ଜିଏମ ଅଫିସ ସମ୍ମୁଖରେ ଆମରଣ ଅନଶନ କରାଯିବ।

ସେହିପରି ବିସ୍ଥାପିତ ତଥା ପ୍ରଭାବିତ ଲୋକେ କହିଛନ୍ତି ଏମସିଏଲ ଜମି ଅଧିଗ୍ରହଣ କଲାପରେ ଲୋକଙ୍କୁ ଥଇଥାନ ଓ ନିଯୁକ୍ତି ଦେବାରେ ଅବହେଳା କରୁଛି। ତେଣୁ ପ୍ରଭାବିତ ଲୋକଙ୍କୁ ପ୍ରଥମେ ନିଯୁକ୍ତି ଓ ଥଇଥାନ କରାଗଲା ପରେ ଖଣି କାର୍ଯ୍ୟ ଆରମ୍ଭ କରାଯାଉ। ଏହାସହ ଦର୍ଲିପାଲି ଗ୍ରାମରେ ଆରମ୍ଭ ହୋଇଥିବା ଖଣି ସମ୍ପ୍ରସାରଣକୁ ସେମାନେ ବିରୋଧ ଓ ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଥଇଥାନ ନ କରାଇ କୋଇଲା ଉଲୋଳନ ପାଇଁ ଗ୍ରାମ ନିକଟରେ ବ୍ଲାଷ୍ଟିଙ୍ଗ କରାଯାଉଛି। ଏହାର କୁ ପ୍ରଭାବ ଗ୍ରାମବାସୀଙ୍କ ଉପେର ପଡୁଛି। ତେଣୁ ପ୍ରଥମେ ଏହାକୁ ବନ୍ଦ କରି ଥଇଥାନ ଓ ନିଯୁକ୍ତି ଦିଆନଗଲେ ବିସ୍ଥାପିତ ଲୋକେ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବେ।

ଏହାସହ ଦର୍ଲ୍ଲୀପାଲିବାସୀଙ୍କୁ କ୍ଷତିପୁରଣ ପ୍ରଦାନ, ଗ୍ରାମର ସମସ୍ତ ଶୁକବାସୀ ପ୍ରଜାମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଲାଗୁ କରାଯିବା, ବର୍ତମାନ ଗ୍ରାମର ସ୍ଥିତି ଅବସ୍ଥିତିକୁ ପରଖି ପରିବାର ପନଜିକରଣ କରିବା। ଗ୍ରାମର ୧୮ ବର୍ଷରୁ ଉର୍ଦ୍ଧ ଯୁବକ/ଯୁବତୀଙ୍କୁ ଯୋଗ୍ୟତା ଅନୁସାରେ ଚାକିରୀ ପ୍ରଦାନ, ପୁନର୍ବାସ ପାଇଁ ଅନ୍ୟତ୍ର ଥଇଥାନ କରିବା ଆଦି କାର୍ଯ୍ୟ ନ କରି କେବଳ ବସ୍ଥାପନ ନୋଟିସ ଜାରି କରିବା ଗ୍ରହଣୀୟ ନୁହେଁ। ଏହା କେବଳ ଦର୍ଲିପାଲୀବାସୀଙ୍କ ସମସ୍ୟା ନୁହେଁ ଏହା ଜିଲ୍ଲାର ସମସ୍ତ ଏମସିଏଲ ବାସୀଙ୍କ ସମସ୍ୟା। ତେଣୁ ଏହି ସମସ୍ୟା ଉପରେ ସରକାର ଗୁରୁତ୍ୱ ପ୍ରଦାନ କରି ପ୍ରଭାବିତଙ୍କ ଦାବି ପୁରଣରେ ସହଯୋଗ କରନ୍ତୁ ବୋଲି ଲଖନପୁର ଖଣି ବିସ୍ଥାପିତ ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି। ଏହି ବୈଠକରେ ଏମିଏଲ ଅଧିନସ୍ଥ ବିଭିନ୍ନ ଖଣି କ୍ଷେତ୍ର ଯୋଗୁଁ ବିସ୍ଥାପିତ ହୋଇଥିବା ଝାରସୁଗୁଡା ଜିଲ୍ଲାର ଦର୍ଲ୍ଲିପାଲି, ଖଏରକୁନୀ, ଟିଙ୍ଗସମାଲ, କର୍ଲାଜୁରୀ, ଲୁହୁରାପଡା, ଉବୁଡା, ସାହାଜବାହାଲ, କେରୁଆଲ ବାହାଲ ଆଦି ଗ୍ରାମର ଲୋକେ ଉପସ୍ଥିତ ଥିଲେ।