ବିଏସ୍‌ଏନ୍‌ଏଲ୍‌ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ କର୍ମଚାରୀ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ୭୮,୫୬୯ ଜଣ କର୍ମଚାରୀ ସେମାନଙ୍କର ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଛନ୍ତି ବୋଲି ଜଣାପଡ଼ିଛି। ବିଏସ୍‌ଏନ୍‌ଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି କେ ପୁରଓ୍ଵାର ଏକଥା କହିଛନ୍ତି।।

ଏଥିସହ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଥିବା ଅଧିକାଂଶ କର୍ମଚାରୀଙ୍କ ଆବେଦନକୁ ମଧ୍ୟ ଗ୍ରହଣ କରି ନିଆଯାଇଛି। ୨୦୨୦ ଜାନୁଆରି ୩୧ ତାରିଖ ଠାରୁ ଏହି କର୍ମଚାରୀମାନେ ଅବସର ନେଇଗଲେ ନିଗମର ବାର୍ଷିକ ପ୍ରାୟ ୧,୩୦୦ କୋଟି ଟଙ୍କାର ସଞ୍ଚୟ ହେବ ବୋଲି କହିଛନ୍ତି ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି କେ ପୁରଓ୍ଵାର।