୯୨ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କଲେ ମାୟାବତୀଙ୍କ ମା’

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀଙ୍କ ମା’ ରାମରତୀଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଏନେଇ ବିଏସପି ନେତା ସତୀଶ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମା’ଙ୍କ ମୃତ୍ୟୁ ଖବର ମିଳିବା ପରେ ମାୟାମତୀ ତୁରନ୍ତ ଦିଲ୍ଲୀ ଗସ୍ତ କରିଛନ୍ତି। ଦିଲ୍ଲୀରେ ରବିବାର ରାମରତୀଙ୍କ ଅନ୍ତିମ ସଂସ୍କାର ହେବ। ପ୍ରାୟ ବର୍ଷକ ପୂର୍ବରୁ ମାୟାବତୀଙ୍କ ପିତା ପ୍ରଭୁ ଦୟାଲ ୯୫ ବର୍ଷ ବୟସରେ ପ୍ରାଣ ହରାଇଥିଲେ।