ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବନ୍ଧା ହେଲେ ଗଣିତ ଶିକ୍ଷକ

କଟକ,ଏନ୍ଏନ୍ଏସ୍: କଟକ ଜିଲ୍ଲା ମଧୁପାଟଣା ଥାନା ଅଞ୍ଚଳର ଜଣେ ଶିକ୍ଷକଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ। ଛାତ୍ରୀଙ୍କ କହିବା ଅନୁସାରେ ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ପରେ ପୁଲିସ ଉକ୍ତ ଗଣିତ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ଗତକାଲି ଏକ ଘରୋଇ ସ୍କୁଲର ଗଣିତ ଶିକ୍ଷକ ଜଣକ ଭିଏସଟି ଏକ୍ସାମ୍ କରିବା ପାଇଁ ଛାତ୍ରୀଙ୍କୁ ଏକ ହୋଟୋଲକୁ ଡ଼ାକି ଦୁଷ୍ମର୍ମ ଉଦ୍ୟମ କରିଥିଲେ। ଏହା ପରେ ଛାତ୍ରୀ ଜଣଙ୍କ ସବୁ କଥା ତାଙ୍କ ଘରେ ଜଣାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।