ବୃହତ ଭୂକମ୍ପରେ ପ୍ରଶାନ୍ତ ମହାସାଗରରେ ସୁନାମି ଆଲର୍ଟ: ବହୁ ସ୍ଥାନାନ୍ତର ଆରମ୍ଭ

ନ୍ୟୁଜିଲ୍ୟାଣ୍ଡ,ଏଜେନ୍ସି: ଶୁକ୍ରବାର ଦିନ ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରଶାନ୍ତ ମହାସାଗରରେ ସୁନାମି ସତର୍କ ସୂଚନା ସୃଷ୍ଟି ହୋଇଛି। ଏନେଇ ନ୍ୟୁଜିଲାଣ୍ଡର ନ୍ୟୁ କାଲେଡୋନିଆ ଏବଂ ଭାନୁଆଟୁରେ ରହୁଥିବା ହଜାର ହଜାର ଉପକୂଳ ବାସିନ୍ଦାଙ୍କୁ ଉଚ୍ଚ ଭୂମିକୁ ସ୍ଥାନାନ୍ତର କରାଯାଉଛି।

ତିନି ମିଟର(୧୦ ଫୁଟ)ର ଲହରୀ ଫ୍ରାନ୍ସ ଅଞ୍ଚଳ ଆଡକୁ ମୁହାଁଉଥିବା ନେଇ ସତର୍କ ଘଣ୍ଟି ବାଜିବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଉପକୂଳ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀକାଳୀନ ସେବା ମୁଖପାତ୍ର ଆଲେକ୍ସଜାଣ୍ଡାର୍ ରୋଜିଗ୍ନୋଲ କହିଛନ୍ତି ଯେ ଲୋକମାନେ ସମୁଦ୍ରକୂଳ ଅଞ୍ଚଳ ଛାଡିବା ସହ ପିଲାମାନଙ୍କୁ ସ୍କୁଲରୁ ନେବାକୁ ଯାଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ କରିବାକୁ କୁହାଯାଇଛି।

ସୂଚନା ଅନୁସାରେ ନ୍ୟୁଜିଲ୍ୟାଣ୍ଡରେ, ଉତ୍ତର ଦ୍ୱୀପପୁଞ୍ଜର ସମ୍ପ୍ରଦାୟଗୁଡିକରେ ୮.୧ ଏମଏମର ଭୂକମ୍ପ ପରେ ସୁନାମି ସତର୍କ ଘଣ୍ଟି ବାଜିବା ପରେ ସେଠାରୁ ପଳାୟନ କରିବାକୁ ଚେତାବନୀ ଦିଆଯାଇଥିଲା। ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି କହିଛନ୍ତି ଯେ ଘରେ ରୁହ ନାହିଁ। “ଉପକୂଳବର୍ତ୍ତୀ ଲୋକମାନଙ୍କୁ ସମସ୍ତ ସୁନାମି ନିର୍ବାହ ଜୋନ୍ ଛାଡ଼ି ଯଥାଶୀଘ୍ର ନିକଟସ୍ଥ ଉଚ୍ଚ ସ୍ଥାନକୁ ଯିବାକୁ ପଡିବ।’

ଆମେରିକାର ଭୂତତ୍ତ୍ୱବିତଙ୍କ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ନ୍ୟୁଜିଲ୍ୟାଣ୍ଡ ଉପକୂଳରୁ ପ୍ରାୟ ୧୦୦୦ କିଲୋମିଟର (୬୪୦ ମାଇଲ) ଦୂରରେ ଏହି ଭୂକମ୍ପ ଘଟିଛି। ଏହା ପୂର୍ବରୁ ଦୁଇଟି ଭୂକମ୍ପ ସୃଷ୍ଟି ହୋଇଥିଲା ଯାହା ଅତ୍ୟଧିକ ଶକ୍ତିଶାଳୀ ଥିଲା। ଯେଉଁଠି ପେସିଫିକ୍ ରିଙ୍ଗ ଅଫ୍ ଫାୟାର ସହ ପୃଥିବୀର ଟେକ୍ଟୋନିକ୍ ପ୍ଲେଟ୍ ଧକ୍କା ହୋଇଥିଲା।