ଇଜ ଅଫ ଲିଭିଂ ଇନଡ଼େକ୍ସ ସର୍ଭେରେ ଦ୍ଵିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇଜ ଅଫ ଲିଭିଂ ଇନଡ଼େକ୍ସରେ ଭୁବନେଶ୍ୱର ଦ୍ଵିତୀୟ ସ୍ଥାନ ରହିଥିବା କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୨୦ ସର୍ଭେ ପ୍ରକାଶ ପାଇଛି। ୧୦ ଲକ୍ଷରୁ କମ ଜନସଂଖ୍ୟା କ୍ୟାଟେଗୋରିରେ ସିମଲା ପ୍ରଥମ ସ୍ଥାନ ପାଇଥିବା ବେଳେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ପାଇଛି।

ସିମଲା ୬୦.୯ ସ୍କୋର ରଖିଥିବା ବେଳେ ଭୁବନେଶ୍ୱର ୫୯.୮୫ ସ୍କୋର ପାଇଛି। ଏନେଇ ୧୧୧ ଟି ସହରକୁ ନେଇ ଲୋକଙ୍କ ମତ ନିଆଯଇଥିଲା। ସିଟିଜେନ ପର୍ସେପସନ ସର୍ଭେରେ ଭୁବନେଶ୍ୱର ବାସିନ୍ଦା ସବୁଠାରୁ ଅଧିକ ମତାମତ ଦେଇଥିବା ଜଣାପଡ଼ିଛି। ଏହି ସର୍ଭେ ଗଲା ବର୍ଷ ୧୬ ଜାନୁଆରୀରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ କରାଯାଇଥିଲା। ଇଜ ଅଫ ଲିଭିଂ ଇନଡେକ୍ସ ସହ ମ୍ୟୁନିସିପାଲିଟି ପର୍ଫୋମାନ୍ସ ଇଣ୍ଡେକ୍ସ ମଧ୍ୟ କରାଯାଇଛି। ଏଥିରେ ପୌରାଞ୍ଚଳ କିପରି ଲୋକଙ୍କୁ ସୁବିଧା ଯୋଗାଉଛି ସେନେଇ ସର୍ଭେ କରାଯାଇଥିଲା।

ଏହି ସର୍ଭେରେ ଓଡ଼ିଶା ପୌରାଞ୍ଚଳର ସ୍ଥାନ ଟପ ୧୦ରେ ନଥିବା ସର୍ଭେରୁ ଜଣାପଡ଼ିଛି। ଇଜ ଅଫ ଲିଭିଂ ପାଇଁ ୧୩ ଟି ମାପଦଣ୍ଡ ଶିକ୍ଷା, ସ୍ୱାସ୍ଥ୍ୟ, ଘର, ଆଶ୍ରୟସ୍ଥଳ, ପରିଚ୍ଛନ୍ନତା, ବର୍ଜ୍ୟବସ୍ତୁ ପରିଚାଳନା, ରିକ୍ରିଏସନ, ପରିବେଶ, ସବୁଜ ସ୍ଥାନ, ଶକ୍ତି ପରିଚାଳନା ଇତ୍ୟାଦି କ୍ଷେତ୍ରରେ କେତେ ସହଜରେ ସୁବିଧା ପାଉଛନ୍ତି ସେନେଇ ସର୍ଭେ ହୋଇଛି।