ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ମାସ୍କ ବଣ୍ଟନ 

ମାଲକାନଗିରି,ଏନ୍ଏନ୍ଏସ୍: କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ମାଲକାନଗିରି ଜିଲ୍ଲାର ପଦ୍ମଗିରି ଗ୍ରାମର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେବକ ଓ ସେବିକାମାନେ ଲୋକଙ୍କୁ ସଚେତନତା କରାଇବା ସହ  ସାହି, ଗଳି ଏବଂ ସମସ୍ତ ଦୋକାନୀ ଓ ଗ୍ରାହକ ମଧ୍ୟରେ ଦୂରତ୍ୱ ବଜାଇ ରଖି କିଣା, ବିକା କରିବା ନିମନ୍ତେ ଅନୁରୋଧ କରି ମାସ୍କ ବଣ୍ଟନ କରୁଛନ୍ତି।  ସଂଘର ମୁଖ୍ୟ ସମାରୁ ପଡ଼ିଆମିଙ୍କ ନେତୃତ୍ୱରେ ଏଭଳି ନିଆରା ପ୍ରୟାସକୁ ପଦ୍ମଗିରିର ସମସ୍ତ ଜନସାଧାରଣ ପ୍ରସଂଶା କରିଛନ୍ତି।