ମାସ୍କ୍ ଓ ହେଲମେଟ୍ ଚେକିଂ : ୪ ଲକ୍ଷ ଆଦାୟ

ଜୟପୁର,ଏନ୍ଏନ୍ଏସ୍: ଆଞ୍ଚଳିକ ପରିବହନ ବିଭାଗ କୋରାପୁଟ ଏବଂ ଜୟପୁର ଟାଉନ୍ ଓ ସଦର ଥାନା ପୁଲିସ୍ କର୍ମଚାରୀଙ୍କ ଦ୍ୱାରା ମିଳିତ ଭାବେ ଜୋରଦାର ଚେକିଂ କରାଯାଉଛି। ପରିବହନ ବିଭାଗ ଦ୍ୱାରା ମୋଟ୍ ୮୦ଟି ଗାଡି ଚେକିଂ କରି ୩ ଲକ୍ଷ ୭୫ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଛି। ସେହିପରି ପୁଲିସ ତରଫରୁ ୪୬ଟି ଗାଡି ଯାଂଚ୍ କରି ୪୬ ହଜାର ଟଙ୍କା ଜୋରିମାନା ଆଦାୟ କରା ଯିବାସହ ୧୦ଟି ଲାଇସେନ୍ସ ବାତିଲ୍ ୨ଜଣ ମଦ୍ୟପ ବାଇକ୍ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରା ଯାଇଥିବା ଜଣାପଡିଛି। ବାଇକ୍, ସ୍କୁଟି ଚାଳକ ଓ ସହଯାତ୍ରୀ ମାସ୍କ୍ ଓ ହେଲିମେଟ୍ ପିନ୍ଧିନଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ସଚେତନ କରାଯାଇଥିଲା। ଜୋରିମାନା ବାବଦରେ ମୋଟ ୩ଲକ୍ଷ ୨୧ ହଜାର ୫୦୦ ଟଙ୍କା ଆଦାୟ କରାଯାଇଥିଲା।