ଦେଓଗାଁ,ଏନ୍ଏନ୍ଏସ୍: କରୋନାର ତୃତୀୟ ଲହର ଉପର ମୁହାଁ ହେଉଥିବାବେଳେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି। ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ ଓ ଥାନାଧିକାରୀ ବାମଦେବ ସଂଖୁଆଲ ଦେଓଗାଁ ବସଷ୍ଟାଣ୍ଡ, ବଙ୍ଗଳା ଛକ ସହ ବ୍ଲକର ବିଭିନ୍ନ ଛକ ଗୁଡ଼ିକରେ ଥିବା ମାର୍କେଟ କମ୍ପଲେକ୍ସକୁ ଯାଇ ମାସ୍କ ବ୍ୟବହାର କରି ସାମାଜିକ ଦୂରତା ରଖିବାକୁ ସଚେତନ କରିଛନ୍ତି। ଏଥିସହିତ ଲୋକମାନେ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦେଓଗାଁ ତହସିଲଦାର ସୂଚନା ଦେଇଛନ୍ତି।