ୟୁପିରେ ଅଧା ହେଲା ବିଜୁଳି ଦର

ଲଖନଊ: ଉତ୍ତରପ୍ରଦେଶ ସରକାର ରାଜ୍ୟର ବିଜୁଳି ଉପଭୋକ୍ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଜୁଳି ଦର ୫୦ ପ୍ରତିଶତ ହ୍ରାସ କରିବାକୁ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ୟୁପିର ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଏହି ସୁବିଧା ଚଳିତ ମାସରୁ ଲାଗୁ ହେବ। ଏହାଦ୍ୱାରା ସିଧାସଳଖ ୧୩ ଲକ୍ଷ କୃଷକ ସୁବିଧା ପାଇବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁଳି ଦର ହ୍ରାସକୁ ନେଇ ଜୋରଦାର ଘୋଷଣା ଚାଲିଛି। ସମାଜବାଦୀ ପାର୍ଟି ଓ ଆମ ଆଦମୀ ପାର୍ଟି କ୍ଷମତାକୁ ଆସିଲେ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ମାଗଣାରେ ବିଜୁଳି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।