ଓଡ଼ିଶା କୁଡୁମି ସେନାର ‘ୟାସ’ ବାତ୍ୟା ଆଶ୍ରିତଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡ଼ା ବ୍ଲକରେ ପ୍ରଶାସନ ତରଫରୁ ‘ୟାସ’ ବାତ୍ୟା ନିମନ୍ତେ ୫୬ଟି ଆଶ୍ରୟ ସ୍ଥଳୀ କରଯାଇଛି। ଏହି ଆଶ୍ରୟ ସ୍ଥଳୀଗୁଡ଼ିକରେ ୯୫୮ରୁ ଉର୍ଦ୍ଧ୍ୱ ଲୋକେ ଆଶ୍ରୟ ନେଇଛନ୍ତି। ଏହି ଆଶ୍ରିତଙ୍କୁ ଓଡ଼ିଶା କୁଡୁମି ସେନା ତରଫରୁ ଅତି ଆବଶ୍ୟକ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। କରୋନା ପ୍ରକୋପ ଜାରି ରହିଥିବାବେଳେ ଆଶ୍ରିତମାନେ ଏଥିରୁ କିପରି ରକ୍ଷା ପାଇପାରିବେ ସେଥିପାଇଁ ଓଡିଶା କୁଡୁମି ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ରାଜ୍ୟ କୋଷାଧ୍ୟକ୍ଷ ତଥା ମିଡିଆ ସେଲ ଅଧ୍ୟକ୍ଷ ଲମ୍ବୋଧର ମହାନ୍ତ, ଓଡ଼ିଶା କୁଡୁମି ସେନା ରାଜ୍ୟ ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ ପ୍ରମୁଖ ବାତ୍ୟା ଓ ବର୍ଷାକୁ ଖାତିର ନକରି ଲୋକଙ୍କୁ ସେବା ଯୋଗାଇଥିଲେ। ‘ୟାସ’ ବାତ୍ୟାରେ ଆଶ୍ରିତ ଲୋକେ ରହୁଥିବା ସ୍ଥାନରେ କିପରି ଅଛନ୍ତି ତାହା ପଚାରି ବୁଝିଥିଲେ।