ନୂଆପଡା,ଏନ୍ଏନ୍ଏସ୍: ନୂଆପଡା ଜିଲ୍ଲାପାଳ ସ୍ୱାଧାଦେବ ସିଂଙ୍କ ଆଗ୍ରହରେ କୋଭିଡ ମହାମାରୀ ପରିସ୍ଥିତିର ମୁକାବିଲା, ସହ ଜନସାଧାରଣଙ୍କୁ ସଚେତନ ଓ ସତର୍କତା ନେଇ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ-୨’ ନିର୍ମାଣ ହୋଇଥିଲା। ଏହି ଚଳଚ୍ଚିତ୍ର କ୍ଷୁଦ୍ର ହେଲେ ବି ଜନସାଧାରଣଙ୍କୁ ବେଶ ଆକୃଷ୍ଟ କରିଥିଲା। ଏହି ଚଳଚ୍ଚିତ୍ର ଜରିଆରେ ମାସ୍କ ବ୍ୟବହାରର ବହୁଳ ପ୍ରଚାର ହୋଇଥିଲା। ଚଳଚ୍ଚିତ୍ର ‘ମାସ୍କ-୨’ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର ପାଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛି। ପଣ୍ଡିଚେରୀ ଠାରେ ଅନୁଷ୍ଠିତ ମୋକଖୋରେ ବିଭିନ୍ନ ବର୍ଗରେ ଏହି ଚଳଚ୍ଚିତ୍ର ଆନ୍ତର୍ଜାତିକ ପୁରସ୍କାର ପାଇଛି। ଏହି ଚଳଚ୍ଚିତ୍ରକୁ ଡ଼. ଶ୍ଵେତ କୁମାର ଦାଶ ରଚନା ଏବଂ ନିର୍ଦ୍ଦେଶନା ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ରରେ ଜିଲ୍ଲାର କଳାକାରମାନେ ଅଭିନୟ କରିଛନ୍ତି।