ଶିଳ୍ପା ସେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା କ୍ରାଇମବ୍ରାଞ୍ଚ, ଆସିଲା ବଡ଼ ତଥ୍ୟ

ମୁମ୍ବାଇ,ଏଜେନ୍ସି: ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସମସ୍ୟା ଆହୁରି ବଢ଼ିପାରେ। ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚର ନଜରରେ ରହିଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟ, ଯେଉଁଥିରେ ରାଜ ଓ ଶିଳ୍ପା ମିଶି ଏକ ଜଏଣ୍ଟ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହେଉଥିଲା। କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି କି, ହଟସଟ ଆପ୍ ଓ ବୋଲି ଫେମ୍ ଆପରୁ ଆସୁଥିବା ଟଙ୍କା ଏହି ଆକାଉଣ୍ଟରେ ରଖାଯାଉଥିଲା।

ଯାଞ୍ଚ ପରେ ଜଣାପଡିଛି ଯେ, ଆକାଉଣ୍ଟକୁ ଟଙ୍କା ସିଧାସଳଖ ନଆସି ଅଲଗା ଅଲଗା ଆକାଉଣ୍ଟ ଜରିଆରେ ଆସୁଥିଲା। ଅନ୍ୟପଟେ ୨୩ ତାରିଖରେ ଯେବେ କ୍ରାଇମବ୍ରାଞ୍ଚ ଟିମ୍ ଶିଳ୍ପା ସେଟ୍ଟୀଙ୍କ ଘରେ ରେଡ୍ କରିଥିଲା, ସେବେ ତାଙ୍କୁ ଏହି ଆକାଉଣ୍ଟ ବିଷୟରେ ପଚରାଯାଇଥିଲା। ଏବେ କ୍ରାଇମବ୍ରାଞ୍ଚ ସେହି ଆକାଉଣ୍ଟରେ ହୋଇଥିବା କାରବାରକୁ ନେଇ ଯାଞ୍ଚ ଆରମ୍ଭ କରିଛି।