ମଉଳିଲା ପଦକ ଆଶା: ବକ୍ସିଂରେ ହାରିଲେ ମେରିକମ୍

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ଭାରତର ନମ୍ବର ୱାନ ମୁଷ୍ଠିଯୋଦ୍ଧା ମେରିକମଙ୍କ ଅଭିଯାନ ଶେଷ ହୋଇଛି। ମେରିକମ୍ ପ୍ରି-କ୍ୱାର୍ଟର ଫାଇନାଲରେ କୋଲମ୍ବିଆ ଖେଳାଳି ଇଂଗ୍ରିଟ ଭେଲେନ୍ସିଆଙ୍କଠାରୁ ୨-୩ରେ ହାରି ଯାଇଛନ୍ତି। ଫଳରେ ଭାରତର ଆଉ ଏକ ପଦକ ଆଶା ମଧ୍ୟ ମଉଳି ଯାଇଛି।