ବିଧାୟକଙ୍କ ହତ୍ୟା ଘଟଣାରେ ଜଡ଼ିତ ଦୁର୍ଦ୍ଦାନ୍ତ ମାଓବାଦୀର ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀଙ୍କ ନିକଟରେ ଆଜି ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛି। ତେବେ ସେ ପୂର୍ବରୁ ଆନ୍ଧ୍ରର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ହତ୍ୟା ମାମଲାରେ ଜଡିତ ଥିବା ଜଣାପଡ଼ିଛି। ସେହିପରି ମାଓବାଦୀ ଜଣଙ୍କ ହେଲେ ଜିପ୍ରୋ ହବିକା ଓ ତାଙ୍କ ଘର କୋରାପସ୍ୱଙ୍କ ଜିଲ୍ଲାର ଖାଜାଗୁଡ଼ା ଗ୍ରାମରେ। ସେ ଗତ ୨୦୧୨ରେ ମାଓ ସଂଗଠନରେ ସାମିଲ ହୋଇ ପରେ ଗୁମ୍ମା ଏରିଆ କମିଟିରେ ମେମ୍ବର ଭାବେ କାର୍ଯ୍ୟ କରୁଥିଲେ।

ଗତ ୨୦୧୭ ମସିହାରେ ଆନ୍ଧ୍ର ପ୍ରଦେଶର ଆରକୁ ଭେଲି ଅନ୍ତର୍ଗତ ଡୁଙ୍ଗ୍ରିଗୁଡ଼ା ମଣ୍ଡଳ ନିକଟରେ ବିଧାୟକ କେ.ଏସ.ରାଓ ଓ ପୂର୍ବତନ ବିଧାୟକ ସିଭେରୀ ସୋମାଙ୍କୁ ହତ୍ୟା, ପଟାଙ୍ଗି ଥାନା ଅନ୍ତର୍ଗତ ପୁଟେରୁ ନିକଟରେ ନାଏବ ସରପଞ୍ଚ ଜି. ସୁନ୍ଦର ରାଓଙ୍କୁ ହତ୍ୟା, ପଟାଙ୍ଗି ଥାନା ଅନ୍ତର୍ଗତ ମାଙ୍ଗେରଗୁମି ନିକଟରେ ଗାଡ଼ି ବିସ୍ଫୋରଣ, କୋରାପୁଟ ଜିଲ୍ଲାର ପଟାଙ୍ଗି ଥାନା ଅନ୍ତର୍ଗତ ମୁଟିଚିଡ଼ିଙ୍ଗ ନିକଟରେ ପୋଲିସ ସହ ଗୁଳିବିନିମୟ,ପାଡୁଆ ଥାନା ଅନ୍ତର୍ଗ ପଣସପୁଟ ନିକଟରେ ପୋଲିସ ସହ ଗୁଳିବିନିମୟ ଡାମନଯୋଡ଼ି ଥାନା ଅନ୍ତର୍ଗତ କୁଟୁଡ଼ି ନିକଟରେ ପୋଲିସ ସହ ଗୁଳିବିନିମୟ, ବନ୍ଧୁଗାଁ ଥାନା ଅନ୍ତର୍ଗତ ଲେଲେରୀ ନିକଟରେ ପୁଲିସ ସହ ଗୁଳି ବିନିମୟ, ପାଡୁଆ ନିକଟରେ ଗୁଳି ବିିନିମୟ ଓ ଛତିଶଗଡ଼ର ଇନ୍ଦ୍ରାବତୀ ନିକଟରେ ପୋଲିସ ସହ ଗୁଳି ବିନିମୟ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ଅନ୍ୟପଟେ ତାଙ୍କ ନାମରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ଜଣାପଡ଼ିଛି।