ରାଉରକେଲାରେ ପ୍ରତିଷ୍ଠା ହେବ ଟୁଲ ରୁମ୍: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଓଡ଼ିଶାର ରାଉରକେଲାରେ ଟୁଲ ରୁମ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେବ ଓ ଏ ନେଇ ରାଜ୍ୟ ସରକାର ଜମି ଯୋଗାଇ ଦେବେ ବୋଲି କହିଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ୨୦୦ କୋଟି ଖର୍ଚ୍ଚ କରିବେ ବୋଲି କହିଛନ୍ତି।

ଓଡ଼ିଶାର ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ୱରରେ ହେବ ଏହାର ଏକ୍ସଟେନ୍‌ସନ୍‌ ସେଣ୍ଟର । ପ୍ରତ୍ୟେକ ସେଣ୍ଟର ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା । ଏମିତିକି ସାରା ଭାରତରେ ୨୨୬ଟି ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ହେବା ନେଇ ମଧ୍ୟ ସୂଚନା ରହିଛି । ଏହି ପରୀପ୍ରେକ୍ଷୀରେ ଓଡ଼ିଶାରେ ହେବ ୪୫ଟି କ୍ଲଷ୍ଟର । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି ଯେ, ଉପକୂଳ ଜିଲ୍ଲାରେ ଅବ୍ୟବହୃତ ହୋଇ ପଡ଼ିଥିବା ପ୍ରାୟ ୬୭୦୦ ଏକର ଜମିରେ ମାଛ ଚାଷ କରିବାକୁ ଯୋଜନା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ । କେଜ୍‌ କଲଚର ଜରିଆରେ ମାଛ ଚାଷ ନେଇ ଯୋଜନା କରାଯାଉଛି । ଆସନ୍ତା ୧୪ ତାରିଖରେ ବାଲେଶ୍ୱରରେ ଏହାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହେବ । ଖୁବ୍‌ଶୀଘ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ରାଜ୍ୟରେ ଏହି ବିଭାଗ କ’ଣ କରୁଛି, ଆଗକୁ କଣ କରିବାର ଯୋଜନା ରଖିଛି ସେନେଇ ତଥ୍ୟ ପ୍ରଦାନ କରିବ ।