ଫୁଲବାଣୀ,ଏନ୍ଏନ୍ଏସ୍: ବାଲିଗୁଡା ଅଞ୍ଚଳରେ ମାଓବାଦୀମାନେ ଏକ ଠିକା କ୍ୟାମ୍ପକୁ ଉଡ଼ାଇଦେଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଠିକା ସଂସ୍ଥା ଦ୍ୱାରା ବ୍ୟବହୃତ ହେଉଥିବା ହାଇୱା, ପାଣି ଟ୍ୟାଙ୍କର ସମେତ ୬ଟି ଗାଡ଼ିକୁ ପୋଡି ଦିଆଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ବାଲିଗୁଡା ଥାନା ଅଞ୍ଚଳର କଞ୍ଜାଲଗୁ ଓ ପରୁଭଟା ଜଙ୍ଗଲରେ ଚାଲିଥିବା ୮ କିମି ରାସ୍ତା କାମକୁ ମାଓବାଦୀମାନେ ବିରୋଧ କରିଥିଲେ। ବାଲିଗୁଡା ପୂର୍ତ୍ତି ବିଭାଗ ଦ୍ୱାରା ଚାଲିଥିବା ଏହି ରାସ୍ତା କାମକୁ ବିରୋଧ କରି ଠିକା କ୍ୟାମ୍ପ ଉପରେ ଆକ୍ରମଣ କରି ଏହାକୁ ଉଡାଇ ଦେଇଛନ୍ତି। ଏଥି ସହ ରାସ୍ତାକାମରେ ବ୍ୟବହୃତ ଗାଡ଼ିଗୁଡ଼ିକୁ ମଧ୍ୟ ପୋଡି ଦିଆଯାଇଛି। ତେବେ ଏଥିରେ କୌଣସି ଜୀବନ ହାନି ହୋଇନଥିବା ଜଣାପଡ଼ିଛି।
