ଆଉ ଜଣେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: କାର୍ଯ୍ୟରେ ଅବହେଳା ଓ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଆଉ ଜଣେ ଅଧିକାରୀଙ୍କୁ କାର୍ଯ୍ୟରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଣାପଡ଼ିଛି। ଅଧିକାରୀ ଜଣଙ୍କ ହେଲେ କୋରାପୁଟର ତତ୍କାଳୀନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତି।

ସୂଚନା ଅନୁସାରେ ଜୁଲାଇ ୨ ତାରିଖ ଦିନ ଭିଜିଲାନ୍ସ ଚଢ଼ଉରେ ପ୍ରଦୀପଙ୍କ ଗାଡ଼ିରୁ ୧୧ ଲକ୍ଷ ଟଙ୍କା ଜବତ ହୋଇଥିଲା। ସେହିପରି ତାଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇ ସାଢ଼େ ୩ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ଏନେଇ ତାଙ୍କୁ ଗିରଫ କରାଯିବା ସହିତ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଆଜି ରାଜ୍ୟ ସରକାର ଜିରୋ ଟଲରେନ୍ସ ନିତି ଆପଣାଇ ତତ୍କାଳୀନ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେହିପରି ନିକଟରେ ଆୟୁଷ ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।