ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ: କିଛି ସ୍ଥାନରେ ସାଧାରଣ ଯାତାୟାତ ସ୍ୱାଭାବିକ

ରାୟଗଡ଼ା,ଏନ୍ଏନ୍ଏସ୍: ପୋଲିସ ଓ ସୁରକ୍ଷାକର୍ମୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ମାଓବାଦୀମାନେ ଶୁକ୍ରବାର ଦିନ ୨୪ ଘଂଟିଆ ବନ୍ଦ ପାଳନ ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ମାଓବାଦ ପ୍ରଭାବିତ ଅଂଚଳ ମାନଙ୍କରେ ସୁରକ୍ଷାର କଡା ବ୍ୟବସ୍ଥା କରାଯାଇଛି । ତେବେ ମାଓବାଦୀଙ୍କ ବନ୍ଦ ପାଳନ ଯୋଗୁ କିଛି ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଥିବା ଜଣା ପଡିଛି । କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ମାଓବାଦୀ ମାନେ ଗଛ କାଟି ରାସ୍ତାରେ ପକାଇ ଦେଇଥିବାରୁ ଗମନାଗମନ ବ୍ୟବସ୍ଥା ବାଧିତ ହୋଇଥିବା ବେଳେ କିଛି ସ୍ଥାନରେ ବସ ଚଳାଚଳ ବନ୍ଦ ରହିଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା କୁର୍ତମଗଡ଼ ନିକଟ ପନ୍ଦରମାଇଲଠାରେ ଗଛ ପକାଇ ମାଓବାଦୀମାନେ ରାସ୍ତା ଅବରୋଧ କରିଥିଲେ। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଂଚି ରାସ୍ତାରୁ ଗଛ ସବୁ ହଟାଇବା ପରେ ଯାତାୟତ ସ୍ୱ୍ୱାଭାବିକ ହୋଇଥିବା ଜଣା ପଡିଛି ।

ଦାରଙ୍ଗବାଡ଼ି ବ୍ଲକ ବାରାଡ଼ିକ୍ଲିୟୁ ନିକଟ ଶିଆସୁଗା ୫୯ନଂ ଜାତୀୟ ରାଜପଥ ଉପରେ ଗତ ରାତି ସାଢ଼େ୭ଟା ରେ ସିପିଆଇ ମାଓବାଦୀ ଙ୍କ ତରଫରୁ ଲାଲ୍ ବ୍ୟାନର ଲଗାଯାଇ ଥିଲା ଏଥିସହିତ ବେଳେ ଏକ ବଡ଼ ଶାଳ ଗଛକୁ କାଟି ରାସ୍ତା ଉପରେ ପକାଇ ଜାତୀୟ ରାଜପଥକୁ ଅବୋରଧ କରାଯାଇଥିବା ବେଳେ ବିଭିନ୍ନ ଦାବି ସମ୍ବଳିତ ପୋଷ୍ଟର ଗୁଡ଼ିକୁ ଏକ ଜରିରେ ଗଛ ବାନ୍ଧି ଛାଡ଼ିଯାଇଛନ୍ତି। ମିଳିଥିବା ସୁଚନା ମୁତାବକ ଗତକାଲି ରାତି ପ୍ରାୟ ସାଢ଼େ ୭ଟା ସମୟରେ ବହୁ ମାଓବାଦୀ ସେଠାକୁ ଆସି ବ୍ୟାନର ଓ ପୋଷ୍ଟର ମାରି ଗଛକାଟି ରାସ୍ତାରେ ପକାଇଥିଲେ।

ରାସ୍ତା ଉପରେ ଗଛ ପଡ଼ିଥିବାରୁ ଦାରିଙ୍ଗବାଡ଼ି ଠାରୁ ବାଲିଗୁଡ଼ା ଦେଇ ମୁନିଗୁଡ଼ା ଯାଇଥିବା ୫୯ ନଂ ଜାତୀୟ ରାଜପଥ ରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଯାହା ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଆଜି ଜିଲ୍ଲା ପୁଲିସ ତରଫରୁ ଘଟଣା ସ୍ଥଳ ଅନୁଧ୍ୟାନ ପରେ ରାତି ୮ଟା ପରେ ସଶସ୍ତ୍ର ପୁଲିସ ବାହିନୀ ଉପସ୍ଥିତ ରହି ରାସ୍ତାରୁ ଗଛ କାଟି ଯାତାୟତ ସ୍ୱଭାଭିକ କରିଥିବା ଜଣାପଡ଼ିଛି