ଫୁଲବାଣୀ,ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ପୁଲିସ ଏକ ମାଓ ଶିବିର ଠାବ କରିବା ସହ ସେଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଛି। କନ୍ଧମାଳ ଏସପି ପ୍ରତିକ ସିଂ ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସୁମେରୁବନ୍ଧ ପଞ୍ଚାୟତର ଜଙ୍ଗଲରେ ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଏସପି ଶ୍ରୀ ସିଂ ଏସଓଜି ଟିମ୍ କୁ କୁମ୍ବିଂ ଓପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁନ୍ ୨୯ ତାରିଖରେ ଟିମ ଲଦାପଦର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଥିଲା। ତେବେ ଏସଓଜି ଟିମ୍ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ଟିମ ଶିବିରରୁ ୧୫ କିଲୋ ବିସ୍ଫୋରକ ଦ୍ରବ୍ୟ ଜବତ କରିଥିଲା।
