୧୩ରୁ କଲେଜ ପିଲାଙ୍କ ପାଇଁ ଅନଲାଇନ କ୍ଲାସ୍, ସପ୍ତାହରେ ୩ଦିନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦରହିଥିବା ବେଳେ ପାଠପଢ଼ାରେ ଅସୁବିଧା ହୋଇଛି। ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାବେଳେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅନଲାଇନ କ୍ଲାସ ନେଇ ଗାଇଡଲାଇନ ଜାରି କରିଛି।  ଅନଲାଇନ କ୍ଲାସ ମାଧ୍ୟମରେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ପାଠ ପଢ଼ିବେ।

ଏନେଇ ଉଚ୍ଚଶିକ୍ଷା ସଚିବ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୩ ତାରିଖଠାରୁ ଅନଲାଇନ କ୍ଲାସ ଆରମ୍ଭ କରିବା ପାଇଁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ-

-ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ
-ପିଲାମାନଙ୍କୁ ନେଇ ହ୍ୱାଟସଆପ ଗ୍ରୁପ ହେବ । ଏଥିରେ ୩୨ ଜଣ ଛାତ୍ରଛାତ୍ରୀ ଯୋଡ଼ିହେବେ

– ଘରେ ପଢ଼ିବାକୁ ଶିକ୍ଷକମାନେ ହ୍ୱାଟ୍ସଆପ ଅଥବା ମେଲ ମାଧ୍ୟମରେ ନୋଟସ ଦେବେ

-ଦିନକୁ ୨ରୁ ୩ ଘଣ୍ଟା ଅନଲାଇନ କ୍ଲାସ ହେବ। ସପ୍ତାହରେ ୩ ଦିନ କ୍ଲାସ

-ଗୁଗୁଲ ମିଟ, ଜୁମ ଓ ସ୍କାଇପ ଆପ ଜରିଆରେ ଅନଲାଇନ କ୍ଲାସ ହେବ

-ସେହିପରି ଅନଲାଇନ କ୍ଲାସ ଯେଉଁମାନେ କରିବେ, ସେମାନଙ୍କର ଉପସ୍ଥାନ ନିଆଯିବ